ମାଟ୍ରିକ ପରୀକ୍ଷା ଉପରେ ନଜର ରଖିବ ଏଆଇ

କଟକ: ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ପରିଚାଳନାରେ ବ୍ୟବହାର ହେବ ଆର୍ଟିଫିସିଆଲ ଇଣ୍ଟେଲେଜେନ୍ସ ବା ଏଆଇ । ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଉପରେ ଏଆଇ ମାଧ୍ୟମରେ ନଜର ରଖିବ ମାଧ୍ୟମିକ ଶିକ୍ଷା ପରିଷଦ । ଖାସ୍‌କରି କପି ରୋକିବ ଏଆଇ । କଟକସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ଏହାର ନିୟନ୍ତ୍ରଣ ବ୍ୟବସ୍ଥା ରହିବ । ସାଟେଲାଇଟ୍ ମାଧ୍ୟମରେ ବୋର୍ଡ କାର୍ଯ୍ୟାଳୟରୁ କେଉଁ ପରୀକ୍ଷା କେନ୍ଦ୍ରରେ କିଭଳି ପରୀକ୍ଷା ଚାଲିଛି, ତାହା ଜାଣି ହେବ । ନିର୍ଦ୍ଦିଷ୍ଟ ଭାବେ କେତେ ପରୀକ୍ଷାକେନ୍ଦ୍ର ଏହି ଏ.ଆଇ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହେବ, ତାହାକୁ ଆଗକୁ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯିବ । ବୋର୍ଡ ପକ୍ଷରୁ ୨୦୨୪ ମାଟ୍ରିକ ପରୀକ୍ଷା ପରିଚାଳନା ସଂପର୍କରେ ଏଭଳି ସୂଚନା ଦିଆଯାଇଛି ।

ଷାଣ୍ମାସିକ ଢାଞ୍ଚାରେ ମାଟ୍ରିକ ପରୀକ୍ଷା

ବୋର୍ଡ ସଭାପତି ରାମାଶିଷ ହାଜରା ଦେଇଥିବା ସୂଚନା ଅନୁଯାୟୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ), ମଧ୍ୟମା, ରାଜ୍ୟମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଦଶମ ଶ୍ରେଣୀ ଭୋକେସ୍‌ନାଲ୍ ପ୍ରାକ୍ଟିକାଲ ପରୀକ୍ଷା ନିଜ ସ୍କୁଲରେ ୨୦୨୪ ଜାନୁଆରି ୧୫ ତାରିଖରୁ ୩୧ ତାରିଖ ମଧ୍ୟରେ କରାଯିବ ଓ ଏହି ପରୀକ୍ଷା ଓସେପା ତତ୍ତ୍ୱାବଧାନରେ ହେବ । ଏହି ପରୀକ୍ଷାର ମାର୍କ ଅନ୍‌ଲାଇନରେ ବୋର୍ଡକୁ ପଠାଯିବ । ପ୍ରଶ୍ନପତ୍ରର ଢ଼ାଞ୍ଚା ଦଶମ ଷାଣ୍ମାଷିକ ପରୀକ୍ଷା ଭଳି ରହିବ । ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ଲକ୍ଷ ୫୧ହଜାର ୬୧୧ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ମାଟ୍ରିକ ପରୀକ୍ଷା ପାଇଁ ୨୯୯୧ଟି ପରୀକ୍ଷା କେନ୍ଦ୍ର ଚୂଡାନ୍ତ ହୋଇଥିବା ବେଳେ ପ୍ରଶ୍ନପତ୍ର ରଖିବା ପାଇଁ ୩୧୩ ଟି ନୋଡାଲ ସେଣ୍ଟର ସ୍ଥିର ହୋଇଛି । ମାଟ୍ରିକ, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ୨୦୨୪ ମାର୍ଚ ୧୫ରୁ ଆରମ୍ଭ ହୋଇ ପାଖାପାଖି ୧୨ଦିନ ପର୍ଯ୍ୟନ୍ତ ଚାଲିବ ।

ai monitors matric exams in semester formatAI will monitor matric examsmatric exam
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami