ସାହାଯ୍ୟ କରିବି କହି ଫୋନ୍ ଉଠାଉ ନଥିଲେ ଆମିର ଖାନ୍

ୱାଣ୍ଟେଡ୍, ମୁନ୍ନା ମାଇକେଲ, ରକ୍ତ ଚରିତ୍ର ଓ ସ୍ଲମଡଗ୍ ମିଲେନିୟର ଭଳି ହିଟ୍ ଫିଲ୍ମରେ ଅଭିନୟ କରିଥିବା ଆକ୍ଟର ଅନୁପମ ଶ୍ୟାମଙ୍କ ନିଧନ ହୋଇଯାଇଛି । ଅଗଷ୍ଟ ୮ ତାରିଖ ଦିନ ୬୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସୁଟିଂ ସେଟରେ ଅଧିକ ପାଣି ପିଇବା ପରେ ତାଙ୍କ ଦେହ ଖରାପ ହୋଇ ଯାଇଥିଲା । ତାଙ୍କୁ ମୁମ୍ବାଇର ଗୋରେଗାଓଁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କର ନିଧନ ହୋଇଥିଲା । ଗତ ଏକ ବର୍ଷ ଧରି ଆର୍ଥିକ ଅଭାବ ଅନାଟନ ଭିତରେ ଥିବା ଅନୁପମଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଏଭଳି ଗୋଟିଏ କଥା କହିଛନ୍ତି ଯାହା ବଲିଉଡର ଅସଲ ଚରିତ୍ର ଉପରୁ ପରଦା ହଟାଇଛି ।

ଆମିର ଚିକିତ୍ସା ପାଇଁ ସାହାଯ୍ୟାର ଆଶ୍ୱାସନା ଦେଇ ପରେ ଫୋନ୍ ଉଠାଉନଥିଲେ

ଅନୁପମଙ୍କ ଭାଇ ଅନୁରାଗ ଶ୍ୟାମ ଏକ ସାକ୍ଷାତକାରରେ ଆମିରଙ୍କ ବିରୋଧରେ ବଡ଼ ଧରଣର ଅଭିଯୋଗ ଆଣିଛନ୍ତି । ଶ୍ୟାମଙ୍କ ଅଭିଯୋଗ ହେଉଛି ଯେ, ଆମିର ଖାନ ଅନୁପମଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ କିଛି ଦିନ ପରେ ଫୋନ୍ ଉଠାଇବା ବନ୍ଦ କରି ଦେଇଥିଲେ । ଅନୁରାଗଙ୍କ କହିବା ହେଉଛି ଯେ, ମୋ ମା’ଙ୍କର ଗତ ମାସରେ ମୃତ୍ୟୁ ହୋଇଛି । ଅନୁପମ ନିଜ ମା’ଙ୍କ ଦେହାନ୍ତକୁ ନେଇ ଦୁଃଖି ଥିଲେ କାରଣ ସେ ମା’ଙ୍କୁ ଦେଖିବାକୁ ପ୍ରତାପଗଡ ଯାଇ ପାରିନଥିଲେପ୍ରତାପଗଡରେ ଡାଇଲିସିସ୍ ସେଣ୍ଟର ନଥିବାରୁ ଅନୁପମ ସେଠାକୁ ଯାଇ ପାରୁନଥିଲେ । ସୂଚନାଯୋଗ୍ୟ ଯେ ,ଅନୁପମ କିଡନୀ ରୋଗି ଥିଲେ । ସେ ନିୟମିତ ଭାବେ ଡାଇିଲେସିସ୍ କରାଉଥିଲେ । ପ୍ରତାପଗଡରେ ଏହି ସୁବିଧା ନଥିବାରୁ ଅନୁପମ ଶେଷ ସମୟରେ ନିଜ ମା’ଙ୍କୁ ଦେଖି ପାରିନଥିଲେ । ପ୍ରତାପଗଡରେ ଡାଇଲେସିସ୍ ସେଣ୍ଟର ପ୍ରତିଷ୍ଠା ପାଇଁ ଅନୁପମ ଆମିର ଖାନଙ୍କୁ ଅନୁରୋଧ କରିଥିଲେ । ଆମିର ମଧ୍ୟ ଏଦିଗରେ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ତେବେ କିଛି ଦିନ ପରେ ଆମିର ତାଙ୍କ ଫୋନ୍ ଉଠାଇବା ବନ୍ଦ କରିଦେଇଥିଲେ

ସମାଜ ସେବା କ୍ଷେତ୍ରରେ ସକ୍ରିୟ ଥିବା ଅମିର ଖାନ, ଅନୁପମଙ୍କ ଫୋନ୍ ଉଠାଉନଥିଲେ ଓ ନିଜର ଜଣେ ସାଥୀ କଳାକାରଙ୍କ ଖରାପ ସମୟରେ ଛିଡା ହୋଇନଥିବା ନେଇ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଆସୁଛି । ଏଣେ ଅନୁରାଗ କହିଛନ୍ତି ଯେ, ତାଙ୍କ ଭାଇ ନିଜ ଶୋ ମନ କି ଆବାଜ ପ୍ରତିଜ୍ଞା-୨ ବନ୍ଦ ହୋଇଯିବା ନେଇ ଉଡୁଥିବା ଗୁଜବ କାରଣରୁ ଦୁଃଖି ଥିଲେ । ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ସୁଟିଂରେ ବ୍ୟସ୍ତ ଥିଲେ । ଶେଷରେ ସୁଟିଂ ସେଟରେ ଅଧିକ ପାଣି ପିଇବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ଗତ ବର୍ଷ ଆର୍ଥିକ ଅଭାବର ହୋଇଥିଲେ ସମ୍ମୁଖୀନ

ଅନୁପମ ଶ୍ୟାମ ଗତ ବର୍ଷ କରୋନା କାଳରେ ଚର୍ଚ୍ଚା ଭିତରକୁ ଆସିଥିଲେ । ସେହି ସମୟରେ ସେ କିଡନୀ ରୋଗରେ ପିଡୀତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କ ନିକଟରେ ଅର୍ଥ ନଥିବା ନେଇ ସେ ସୋସିଆଲ ମିଡିଆରେ କହିଥିଲେ । ଏପରିକି ସେ ସାହାଯ୍ୟ ପାଇଁ ସେଲିବ୍ରିଟିଙ୍କୁ ନିବେଦନ କରିଥିଲେ । ଯାହା ପରେ ତାଙ୍କୁ ବଲିଉଡର ଅନେକ ସେଲିବ୍ରିଟି ସାହାଯ୍ୟ କରିଥିଲେ ।

ଅନୁପମ ଟିଭିରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ପରେ ସେ ବଲିଉଡରେ ପ୍ରବେଶ କରିଥିଲେ । ୨୦୦୯ରେ ସେ ପ୍ରତିଜ୍ଞା ଟିଭି ସିରିଜରେ ସଜ୍ଜନ ସିଂହ ଚରିତ୍ର ଭୂମିକାରେ ନଜର ଆସିଥିଲେ । ଏହି ଚରିତ୍ର ତାଙ୍କୁ ପୁରା ଦେଶରେ ନୂଆ ପରିଚୟ ଦେଇଥିଲା ।

2009 pratigya tv seriesaamir khanaamir khan did not pick up the phone of anupam shyamanupam shyamanupam shyam brother anurag shyamanupam shyam deathanupam shyam mothers deathanurag shyambollywooddialysis centerdrinking excessive waterfinancial crisisIndian film actorkidney ailmentsmann ki awaaz pratigya 2mumbai goregaon hospitalmunna michaelpratapgarhrakt charitraslumdog millionairethakur sajjan singh characterwantedଅଧିକ ପାଣି ପିଇବା କାରଣରୁଅନୁପମ ଶ୍ୟାମଅନୁପମ ଶ୍ୟାମଙ୍କ ନିଧନଅନୁପମଙ୍କ ଭାଇ ଅନୁରାଗ ଶ୍ୟାମଆମିର ତାଙ୍କ ଫୋନ୍ ଉଠାଇବା ବନ୍ଦ କରିଦେଇଥିଲେଆର୍ଥିକ ଅଭାବ ଅନାଟନପ୍ରତାପଗଡବଲିଉଡମନ କି ଆବାଜ ପ୍ରତିଜ୍ଞା-୨ମା’ଙ୍କ ଦେହାନ୍ତମୁନ୍ନା ମାଇକେଲମୁମ୍ବାଇର ଗୋରେଗାଓଁର ଏକ ହସ୍ପିଟାଲରକ୍ତ ଚରିତ୍ରୱାଣ୍ଟେଡ୍ସଜ୍ଜନ ସିଂହ ଚରିତ୍ର ଭୂମିକାସ୍ଲମଡଗ୍ ମିଲେନିୟର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami