ବାପାମାଆଙ୍କ ପାଇଁ ଆସିଥିବା ଚିଠିକୁ ୮୦ ବର୍ଷ ପରେ ପାଇଲେ ଝିଅ

ନ୍ୟୁୟର୍କ: ୮୦ ବର୍ଷ ପରେ ମିଳିଲା ଚିଠି । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ପୁଣି ଭାବୁଥିବେ ଦୀର୍ଘ ୮୦ ବର୍ଷ ପରେ ଚିଠି ମିଳିବା କ’ଣ ସମ୍ଭବ ? ହେଲେ ଘଟଣାଟି ସତ । ଆମେରିକାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଏକ ଦମ୍ପତିଙ୍କ ନିକଟକୁ ଆସିଥିବା ଚିଠିକୁ ୮୦ ବର୍ଷ ପରେ ତାଙ୍କ ଝିଅ ପାଇଛନ୍ତି । ଯାହାକୁ ଦେଖି ସେ ନିଜେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଚିଠିକୁ ଠିକ୍ ସ୍ଥାନରେ ପହଞ୍ଚାଇବାକୁ ଉତ୍ସାହିତ ହୋଇପଡ଼ିଥିଲେ ଡ଼ାକ କର୍ମଚାରୀ

ଆଜିକାଲି ଯୁଗରେ ଡାକଘରୁ ଚିଠି ଆସିବା ଏକ ସ୍ୱପ୍ନ । ଡ଼ିଜିଟାଲ ଦୁନିଆରେ ଚିଠି ଦିଆନିଆ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ବୋଲି କହିଲେ କିଛି ଭୁଲ୍ ହେବନାହିଁ । ହେଲେ ନିକଟରେ ଜଣେ ଯୁବତୀ ତାଙ୍କ ବାପାମାଆଙ୍କ ନିକଟକୁ ଆସିଥିବା ଏକ ଚିଠି ପ୍ରାୟ ୮୦ ବର୍ଷ ପରେ ପାଇଛନ୍ତି । ୧୯୪୩ ମସିହାରେ ଦମ୍ପତି ଲୁଇସ୍ ଓ ଲାବେନଙ୍କୁ ଲେଖା ଯାଇଥିବା ଏକ ଚିଠି ଡାକଘରୁ ମିଳିଥିଲା । ଚିଠିଟି ମିଳିବା ପରେ ଡାକଘର କର୍ମଚାରୀ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଚିଠି ଥିଲା ୮୦ ବର୍ଷ ତଳର । ସେମାନେ ଉକ୍ତ ଚିଠିଟିକୁ ଉଚିତ୍ ସ୍ଥାନରେ ପହଞ୍ଚାଇବାକୁ ଉତ୍ସାହିତ ହୋଇପଡ଼ିଲେ । ତାପରେ ଡାକ କର୍ମୀମାନେ ଚିଠିଟିକୁ ନେଇ ଦମ୍ପତିଙ୍କ ଝିଅ ଜେନଟଙ୍କୁ ଦେଇଥିଲେ । ସେ ଯେତେବେଳେ ଚିଠିଟି ପଢ଼ିଲେ ତ ଅତ୍ୟନ୍ତ ଭାବପ୍ରବଣ ହୋଇଗଲେ । କାରଣ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପୂର୍ବରୁ ତାଙ୍କ ବାପାମାଆଙ୍କର ଆଉ ଏକ ଝିଅର ମୃତ୍ୟୁ ହେଇଯାଇଛି । ତାଙ୍କ ପାଇଁ ଏହି କଥା ଏକଦମ ନୂଆ ଥିଲା । ସେ ଜାଣି ନଥିଲେ ଯେ ତାଙ୍କ ବାପାମାଆଙ୍କ ଜୀବନରେ ଏତେ ବଡ଼ ଏକ ଘଟଣା ଘଟିଯାଇଛି । ଚିଠିରେ କେହି ଜଣେ ସମ୍ପର୍କୀୟ କନ୍ୟା ବିୟୋଗ ହେତୁ ସେମାନଙ୍କୁ ସମବେଦନା ଜଣାଇଥିବା ଦେଖିବାକୁ ମିଳିଥିଲା

80 year old letter80 year old letter finally delivered
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami