ଆମେରିକାରେ କାର ଦୁର୍ଘଟଣାରେ ବିଧାୟକଙ୍କ ପରିବାରର ୬ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ୍‌ରେ ଏକ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ଆନ୍ଧ୍ରପ୍ରଦେଶର ଜଣେ ବିଧାୟକଙ୍କ ପରିବାରର ୬ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ବଡ଼ଦିନ ପରଦିନ ଅର୍ଥାତ ଡିସେମ୍ବର ୨୬ ତାରିଖ ଦିନ ଜନ୍‌ସନ୍ କାଉଣ୍ଟିରେ ଘଟିଥିବା ଏହି କାର ଦୁର୍ଘଟଣାରେ ନିହତ ପ୍ରବାସୀ ଭାରତୀୟ ପରିବାରର ସଦସ୍ୟମାନେ ଥିଲେ । ସେମାନେ ହେଲେ ଆନ୍ଧ୍ରପ୍ରଦେଶର ଅମଲାପୁରମ୍‌ର ମୂଳ ବାସିନ୍ଦା ତଥା ରାଜ୍ୟ ଶାସକ ଦଳ ‘ୱାଇଏସ୍‌ଆର’ କଂଗ୍ରେସ ପାର୍ଟିର ମୁମ୍ମିଦିବରମ ବିଧାୟକ ପି. ଭେଙ୍କଟେଶ ସତୀଶ କୁମାରଙ୍କ ଆତ୍ମୀୟସ୍ୱଜନ

ଦୁର୍ଘଟଣାରୁ ବର୍ତ୍ତି ଗଲେ ଜଣେ

ସକାଳେ ବିଧାୟକଙ୍କ ପରିବାରର ୭ ଜଣ ଅନ୍ୟ ଜଣେ ଆତ୍ମୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ । ସେଠାରୁ ସ୍ଥାନୀୟ ଚିଡ଼ିଆଖାନାକୁ ଯାଇଥିଲେ । ଘରକୁ ଫେରିବା ବାଟରେ ତାଙ୍କ କାର୍‌ଟି ଅନ୍ୟ ଏକ ପିକ୍‌ଅପ୍ ଭ୍ୟାନ୍ ସହିତ ଧକ୍କା ହୋଇଥିଲା । ଉକ୍ତ ପିକ୍‌ଅପ୍ ଭ୍ୟାନ୍‌ଟି ରାସ୍ତାର ଭୁଲ୍ ପାର୍ଶ୍ୱରେ ଯାଉଥିଲା ବୋଲି ଜଣାଯାଇଛି । ଏହି ଦୁର୍ଘଟଣାରୁ ଲୋକେଶ ନାମକ ଜଣେ ମାତ୍ର ବ୍ୟକ୍ତି ବଞ୍ଚିଯାଇଥିଲେ । ହେଲେ ତାଙ୍କ ଅବସ୍ଥା ବି ଗୁରୁତର ରହିଛି । ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ପିକ୍‌ଅପ୍ ଭ୍ୟାନ୍ ଚଳାଉଥିବା ଦୁଇ ଯୁବକ ମଧ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ମୃତକମାନେ ହେଲେ ବିଧାୟକଙ୍କ ମାମୁ ପି. ନାଗେଶ୍ୱର ରାଓ, ସୀତା ମହାଲକ୍ଷ୍ମୀ, ନୀବନ, କୃତ୍ତିକା, ଓ ନିଶିତା ।

6 relatives of Andhra Pradesh mla diecar accident
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami