ବାହାନଗା ଟ୍ରେନ ଦୁର୍ଘଟଣାର ଚିହ୍ନଟ ହୋଇ ନ ଥିବା ୨୮ ମୃତଦେହ ସତ୍କାର ହେବ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାକୁ ଇତିମଧ୍ୟରେ ୪ ମାସ ପୂରିଛି । ହେଲେ ଚିହ୍ନଟ ହୋଇ ନ ପାରି ଭୁବନେଶ୍ୱର ଏମ୍‌ସରେ ବାତାନୁକୂଳିତ କଣ୍ଟେନରରେ ରଖାଯାଇଥିବା ୨୮ ମୃତଦେହକୁ ସତ୍କାର କରାଯିବ । ଦୁର୍ଘଟଣା ପରେ ଦୁଇଟି ପର୍ଯ୍ୟାୟରେ ମୋଟ ୧୬୨ଟି ମୃତଦେହ ଭୁବନେଶ୍ୱର ଏମ୍‌ସକୁ ଆସିଥିଲା । ସେଥିମଧ୍ୟରୁ ୧୩୪ଟିକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ହେଲେ ଆଉ ୨୮ ମୃତଦେହ ସେମିତି କଣ୍ଟେନ ଭିତରେ ରହିଥିଲା । ଏହି ମୃତଦେହ ଗୁଡିକ କାହାର ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଚିହ୍ନଟ ହୋଇପାରି ନାହିଁ କେହି ଦାବିଦାର ମଧ୍ୟ ଆସୁନାହାନ୍ତି

ଶବ ସତ୍କାରର ହେବ ଭିଡ଼ିଓ

ତେବେ ଭୁବନେଶ୍ୱର ଏମ୍‌ସରେ ବାତାନୁକୂଳିତ କଣ୍ଟେନରରେ ଥିବା ୨୮ ମୃତଦେହକୁ ସତ୍କାର କରିବା ପାଇଁ ବାହାନଗା ରେଳ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମସି)କୁ ଚିଠି କରିବା ପରେ ବିଏମସି ମୃତଦେହକୁ ସତ୍କାର କରିବା ପାଇଁ ଏସଓପି ଜାରି କରିଛି । ଏସଓପି ଅନୁସାରେ, ଏମ୍‌ସ ଭୁବନେଶ୍ୱରରୁ ମୃତ ଦେହ ହସ୍ତାନ୍ତର ଠାରୁ ଆରମ୍ଭ କରି ଶବ ସତ୍କାର ଯାଏଁ ସବୁକିଛି ଭିଡିଓଗ୍ରାଫି ହେବ ।

ମୃତଦେହର ବାହାରିଥିଲେ ଅନେକ ଦାବିଦାର

ସୂଚନାଯୋଗ୍ୟ ଗତ ଜୁନ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ରେଳ ଦୁର୍ଘଟଣାର ୧୬୨ଟି ମୃତକଙ୍କ ଶବ ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱର ଏମ୍‌ସକୁ ଅଣାଯାଇଥିଲା । ଫଟୋ ସମେତ ବିଭିନ୍ନ ଚିହ୍ନଟ ପ୍ରକ୍ରିୟା ମାଧ୍ୟମରେ ପର୍ଯ୍ୟାୟ କ୍ରମେ ୮୧ଟି ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ବାକି ୮୧ଟି ଶବକୁ ଏକାଧିକ ଲୋକ ନିଜର ସମ୍ପର୍କୀୟ ବୋଲି ଦାବି କରିଥିଲେ । ଏମିତିକି ଗୋଟିଏ ମୃତଦେହର ୪/୫ଟି ଦାବିଦାର ବାହାରିଥିଲେ । ଏଭଳି ହେବା ଯୋଗୁଁ ମୃତଦେହ ହସ୍ତାନ୍ତରରେ ସମସ୍ୟା ଦେଖା ଦେଇଥିଲା । ଏକାଧିକ ଦାବିଦାର ଥିବା ମୃତଦେହ ଚିହ୍ନଟ ପାଇଁ ଡିଏନ୍‌ଏ ପରୀକ୍ଷା କରାଇବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିଲା । ୧୧୯ ଜଣ ସମ୍ପର୍କୀୟଙ୍କ ରକ୍ତ ନମୁନା ମୃତକଙ୍କ ଡିଏନଏ ସହିତ ମ୍ୟାଚ କରାଯିବା ପରେ ୫୩ ଜଣ ମୃତକଙ୍କ ପରିଚୟ ମିଳିଥିଲା ।ସେଥିମଧ୍ୟରୁ ୫୨ଟି ମୃତଦେହ ଅଗଷ୍ଟ ମାସ ୨ ତାରିଖ ସୁଦ୍ଧା ହସ୍ତାନ୍ତର କରାଯାଇଥିଲା । ଅଗଷ୍ଟ ମାସ ଠାରୁ ସେପ୍େଟମ୍ୱର ମାସ ମଧ୍ୟରେ ଆଉ ମାତ୍ର ଗୋଟିଏ ମୃତଦେହ ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଥିଲା । ତେବେ ଆଉ ରହିଥିଲା ୨୮ ମୃତଦେହର କେହି ଦାବିଦାର ଆସି ନ ଥିଲେ । ଯାହା ଫଳରେ ସେହି ମୃତହେଦ ଗୁଡିକର ସଂସ୍କାର କରାଯିବାକୁ ନିଷ୍ପତ୍ତି ହୋଇଛି ।

28 unidentified bodies to be disposedbahanaga newsbahanaga train accident newsbahanaga train deadbody
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami